• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଐତିହାସିକ

ଭଦ୍ରକ ଜିଲ୍ଲାର ବାସୁଦେବପୁର ଠାରୁ ୧୬ କିମିଦୁରରେ ଏହି ତ୍ୟାଗଭୁମି ଅବସ୍ଥିତ, ଏହି ସ୍ଥାନର ପୂର୍ବ ପାର୍ଶ୍ୱରେ ବଙ୍ଗୋପସାଗର ଥିବା ବେଳେ, ଅନ୍ୟ ଦୁଇପାର୍ଶ୍ୱରେ ଗମେଇଁ ଓ କାଂସବାଂଶ ନଦୀ ରହିଛି । ପ୍ରାକୃତିକ ସୁରକ୍ଷା କବଚ ମଧ୍ୟରେ ଥିବାରୁ ଏହା ସ୍ୱାଧିନତା ସଂଗ୍ରାମୀ ମାନଙ୍କର ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଥିଲା । ଏହି ପ୍ରାକୃତିକ ପ୍ରାଚୀର ଥିବା ଦୃଷ୍ଟିରୁ ପୋଲିସ କିମ୍ୱା ପ୍ରଶାସନିକ ଅଧିକାରୀ ସହଜରେ ଏହି ଅଞ୍ଚଳରେ ପ୍ରବେଶ କରିପାରୁନଥିଲେ । ଅଧିକନ୍ତୁ ସେଠାରେ ଏକ ଖୋଲା ପଡିଆ ଥିଲା ଯାହା ୩ ଦିଗରୁ ଅବରୁଦ୍ଧ ଥିବା ବେଳେ ଗୋଟିଏ ଦିଗରେ ରାସ୍ତାଥିଲା । ସ୍ୱ।ଧିନତା ସଂଗ୍ରାମୀମାନେ ଏହି ସ୍ଥାନରେ ସାଧାରଣସଭା କରୁଥିଲେ । ୧୯୨୦ରୁ ଆରମ୍ଭକରି ଏହି ପଡିଆରେ ପ୍ରମୁଖ ଜାତୀୟତାବାଦୀ ନେତୃବୃନ୍ଦ ଯଥା ଉତ୍କଳମଣୀ ଗୋପବନ୍ଧୁ ଦାସ, ଉତ୍କଳକେଶରୀ ହରେକୃଷ୍ଣ ମହତାବ ଆଦି ଗାନ୍ଧୀବାଦୀ ଚିନ୍ତାଧାରାର ପ୍ରସାର କରିଆସୁଥିଲେ । “ଭାରତଛାଡ ଆନ୍ଦୋଳନ” ସମୟରେ ଏହି ପଡିଆରେ ଅନେକ ଜାତୀୟତାବାଦୀ ସଭା ସମିତି ଆୟୋଜିତ ହୋଇଥିଲା । ବିଦେଶୀ ଇଂରେଜ ଶାସନ ବିରୋଧରେ ବିଷୋଦଗାର ସ୍ୱରୁପ ୨୮ ସେପ୍ଟମ୍ୱର ୧୯୪୨ ରେ ଏକ ବିରାଟ ଜନସଭା ଆୟୋଜିତ ହୋଇଥିଲା । ଏଥିରେ ଭୟଭିତ ହୋଇ ବାସୁଦେବପୁର ପୋଲିସ୍ ଥାନାରୁ ଡି.ଏସ.ପି (DSP) କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ୱରେ ଫୌଜଦଳ ଇରମ ଅଭିମୁଖେ ମା଼ଡି ଚାଲିଲେ । ଜାଲିଆନାୱାଲାବାଗ ପରି ଏଠାରେ ଡି.ଏସ.ପି (DSP)ଙ୍କ ଆଦେଶରେ ସନ୍ଧ୍ୟା ୬.୩୦ରେ ଶାନ୍ତିପୁର୍ଣ୍ଣ ଜନସଭା ଉପରେ ଫୌଜ ଆକ୍ରମଣ କଲେ । ଯେହେତୁ ତିନିଦିଗରୁ ପଡିଆଟି ଆବଦ୍ଧ ଥିଲା, କେହି ବାହାରକୁ ଖସି ଯାଇପାରିଲେ ନାହିଁ । ଦେଖୁ ଦେଖୁ କେଇ ମିନିଟି ମଧ୍ୟରେ ୨୮ ଜଣ ଟଳିପଡିଲେ ଓ ୫୬ ଜଣ ଆହତ ହେଲେ । ଆହୁରିମଧ୍ୟ ଜଣେ, କିଛିସମୟ ପରେ ମୃତ ଘୋଷିତ ହେଲେ । ଏହି ୨୯ ଜଣ ମୃତକଙ୍କ ମଧ୍ୟରେ ଥିବା ପରିବେୱା ହେଉଛନ୍ତି ଓଡିଶାର ଏକମାତ୍ର ମହିଳା ଶହୀଦ । ଏତେ ସଂଖ୍ୟକ ଶହୀଦଙ୍କ ମୃତ୍ୱୁର ସ୍ମୃତିଚାରଣ ନିମନ୍ତେ ଏହାକୁ ୨ୟ ଜାଲିଆନାୱାଲାବାଗ ବୋଲି କୁହାଯାଏ । ବାସ୍ତବରେ ଏହାର ନାମ ରକ୍ତତୀର୍ଥ ର ଯଥାର୍ଥତା ରହିଅଛି ।

ରକ୍ତତୀର୍ଥ ଇରମର ଶହୀଦ ମାନଙ୍କର ନାମ ।

  1. ପରି ବେୱା, ଇରମ ବାସୁଦେବପୁର
  2. ଗୋପାଳ ଚନ୍ଦ୍ର ଦାସ, ପଢୁଆଁ
  3. ବିଶ୍ୱନାଥ ଦାସ, ପଢୁଆଁ
  4. ବିଜୁଳି ଦାସ, ପଢୁଆଁ
  5. ହୃଷିକେଶ ବେହେରା, ପଢୁଆଁ
  6. ମଦନ ପଲାଇ , ପଢୁଆଁ
  7. ବଲ୍ଲଭ ବେହେରା, ପଢୁଆଁ
  8. ମାଘ ମହାଳିକ, ପଢୁଆଁ
  9. ଭୁଆ ମାଝୀ, ପଢୁଆଁ
  10. କାଳି ମାଝୀ, ପଢୁଆଁ, କୁମାରପୁର
  11. ରାଧୁ ମହାଳିକ, ମୁଳାଡିହ
  12. ଧୃବଚରଣ ଦେ, ପଢୁଆଁ
  13. ବାସୁଦେବ ସାହୁ, ପଢୁଆଁ
  14. ହରି ବେହେରା, ପଢୁଆଁ
  15. ଦିବାକର ପାଣିଗ୍ରାହୀ, ଗୁଡ, କେଶଗଡିଆ,
  16. କୃଷ୍ଣଚନ୍ଦ୍ର ସ୍ୱାଇଁ ପଢୁଆଁ, କୁମାରପୁର
  17. ଭବନ ରାଉତ, ପଢୁଆଁ, ନନ୍ଦପଡା
  18. ନିଧି ମହାଳିକ, ପଢୁଆଁ
  19. ବୃନ୍ଦାବନ ପଣ୍ଡା, ପଢୁଆଁ
  20. ଉପ ମଲ୍ଲିକ, ନୁଆଗାଁ,
  21. କୃପାସିନ୍ଧୁ ବେହେରା, ଶଙ୍ଖାରୁ
  22. ରାମ ମାଝୀ, ପଢୁଆଁ କୁମାରପୁର
  23. ମଣୀ ବେହେରା, ପଢୁଆଁ
  24. କଟି ସାହୁ, ଇଶ୍ୱରପୁର
  25. ରତ୍ନାକର ପାଣି, ସୁଦର୍ଶନପୁର
  26. ମଣୀ ପ୍ରଧାନ, ସୁଆଁ, ସୁଦର୍ଶନପୁର
  27. ପରି ଦାସ, ସୁଆଁ
  28. ଶଙ୍କର ମଲ୍ଲିକ, ଆଢୁଆ
  29. ଗୋବୁନ୍ଦ ରାଉତ, ଆର୍ତ୍ତୁଙ୍ଗୁ

ସୌଜନ୍ୟ:-

ସଂଗ୍ରାମଭୂମି ଭଦ୍ରକ, ଓଡିଶା ବହି

ବିମାନ ମାର୍ଗରେ
ନିକଟତମ ବିମାନବନ୍ଦର ଭୁବନେଶ୍ବର ,ପ୍ରାୟ ୧୯୫ କିମି । ଆକାଶପଥରେ ଭୁବନେଶ୍ୱର ପହଞ୍ଚି ସେଠାରୁ ସଡକପଥରେ ଭାୟା କଟକ, ଚଣ୍ଡିଖୋଲ ଦେଇ ଭଦ୍ରକରେ ପହଞ୍ଚି ଓ ଜାମୁଝାଡି ଦେଇ ଇରମ ରେ ପହଞ୍ଚିହେବ।

ସଡ଼କ ପଥରେ
ସଡକପଥରେ ଭଦ୍ରକ ହୋଇ ଜାମୁଝାଡି ଦେଇ ଇରମ ରେ ପହଞ୍ଚିହେବ।

ରେଳଗାଡ଼ିରେ
ଭଦ୍ରକ (ପୂର୍ବତଟ ରେଳପଥ) ଠାରୁ ଇରମ ୬୦ କି.ମି। ଅଟେ ।