• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ବିଭାଗ ସମ୍ବନ୍ଧୀୟ ତଥ୍ୟ :- 


ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସର୍ବାଙ୍ଗୀନ ଉନ୍ନତି ଓ ଐତିହାସିକ କିର୍ତ୍ତୀରାଜି ଗୁଡିକର ସଂରକ୍ଷଣ ଏବଂ ପାରମ୍ପରିକ ଲୋକକଳା , ସଙ୍ଗୀତ ଓ ପୁରାତନ ସଂସ୍କୃତିକୁ ଉଦ୍ଜୀବିତ ରଖିବାର ପ୍ରୟାସ କରାଯାଏ I 
ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ :-


ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଦ୍ଵାରା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବିଭାଗୀୟ ବିଭିନ୍ନ ଶାଖା (ଯଥା - ଓଡିଶା ସାହିତ୍ୟ ଏକାଡେମୀ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ଓଡିଶା ଲଳିତ କଳା ଏକାଡେମୀ, ଓଡିଶା ରାଜ୍ୟ ପତ୍ନତତ୍ତ୍ୱ ବିଭାଗ , ଓଡିଶା ଉର୍ଦ୍ଦୁ ଏକାଡେମୀ , ଓଡିଶା ରାଜ୍ୟ ଅଭିଲେଖାଗାର, ଓଡିଶା ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ପାଠାଗାର) ଓ ଜ଼ିଲ୍ଲା ପ୍ରଶାସନ ଦ୍ଵାରା ପ୍ରଦତ୍ତ ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ଜିଲ୍ଲାସ୍ତରରେ ସମ୍ପାଦନ କରାଯାଇଥାଏ I
ଜିଲ୍ଲା/ବ୍ଲକ ସ୍ତରରେ ଆୟୋଜନ କରାଯାଉଥିବା କାର୍ଯ୍ୟକ୍ରମ ଗୁଡିକର ସୂଚନା:-
    ଏପ୍ରିଲ ୧ “ଓଡିଶା ଦିବସ” ପାଳନ କରାଯାଏ I
    ଚଳିତ ୨୦୨୫ ମସିହା ଏପ୍ରିଲ ୧ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ ପାଳନ” ଉପଲକ୍ଷେ ବ୍ଲକ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ମାନ ଆୟୋଜିତ କରାଯାଇଅଛି I

    ପ୍ରତେକ ବର୍ଷ ପବିତ୍ର ଅକ୍ଷୟ  ତୃତୀୟା ତିଥିରେ “କବି ଶ୍ରୀ ଜୟଦେବ ଜୟନ୍ତୀ “ ପାଳନ କରାଯାଏ I

    ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷେତ୍ର ଦିବସ ପାଇଁ ପ୍ରତ୍ୟେକ ବର୍ଷ ଜୁନ/ଜୁଲାଇ ମାସରେ “ଜିଲ୍ଲା ସ୍ତରୀୟ ପ୍ରବନ୍ଧ, ବକୃତା, କବିତା ଆବୃତ୍ତି, ସାଧାରଣ ଜ୍ଞାନ  ଓ ଇଂରାଜୀରୁ ଓଡ଼ିଆ ଅନୁବାଦ ପ୍ରତିଯୋଗିତା” ଆୟୋଜନ କରାଯାଏ I

    ଜିଲ୍ଲା ମହୋତ୍ସବ " ଭଦ୍ରାୟଣୀ ” ଆୟୋଜନ କରାଯାଏ I
    ଚଳିତ ବର୍ଷ ୨୦୨୫ ମସିହା ଫେବୃଆରୀ ମାସରେ ଧାମନଗର ବ୍ଲକ ଠାର            “ଶୀତ ମହୋତ୍ସବ” ଆୟୋଜିତ କରାଯାଇଅଛି I

    ଭଦ୍ରକ ପୌରାଞ୍ଚଳରେ ସ୍ଥାପିତ “ବରପୁତ୍ର ମାନଙ୍କ (ଜନ୍ମତିଥି/ପୂଣ୍ୟତିଥୀ ଦିବସରେ)ପ୍ରତିମୂର୍ତ୍ତି ଗୁଡିକରେ ମାଲ୍ୟାର୍ପଣ” କାର୍ଯ୍ୟ କରାଯାଏ I

    “ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଓ ଗାନ୍ଧୀଜୟନ୍ତୀ”  ଦିନ ମାନଙ୍କରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପଦତ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଗୁଡିକ ସମ୍ପାଦନ କରାଯାଏ I (ମେରି ମାଟି ମେରା ଦେଶ, ହର ଘର ତିରଙ୍ଗା, ଅନ୍ୟାନ୍ୟ) I
-    ୨   -


    ଭଦ୍ରକ ଜିଲ୍ଲା ସେପ୍ଟେମ୍ବର ୨୨ ତାରିଖ ଦିନ ଲୁଣିଆ, ଶହୀଦ ନଗର ବ୍ଲକ ଧାମନଗର ଠାରେ ଏବଂ ସେପ୍ଟେମ୍ବର ୨୮ ତାରିଖ ଦିନ ବାସୁଦେବପୁର ବ୍ଲକ ସ୍ଥିତ ରକ୍ତତୀର୍ଥ ଇରମ ଠାରେ ଶହୀଦ ଦିବସ ପାଳନ କରାଯାଏ I

    ବିଭିନ୍ନ ବିଭାଗ ଦ୍ଵାରା ପ୍ରଦତ୍ତ ସୂଚନା ,ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ (IEC) ଗୁଡିକ ବିଭିନ୍ନ ବ୍ଲକ କଳା ସଂସ୍କୃତି  ସଂଘରେ (BKSS) ପଞ୍ଜିକୃତ ହୋଇଥିବା ପାରମ୍ପରିକ ଲୋକକଳା ଦଳ ମାନଙ୍କ ଦ୍ଵାରା ପରିବେଷିତ କରାଯାଏ I

    ବିଭିନ୍ନ ବିଭାଗ ଦ୍ଵାରା ଜିଲ୍ଲା ଓ ବ୍ଲକ ସ୍ତରରେ ଆଯୋଜନ କରାଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ସମ୍ପାଦନ କରିବା ଓ ସାଂସ୍କୃତିକ ଦଳ ପ୍ରେରଣ କରାଯାଏ I

    ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ (Requesting Agency) ମାନ CTMS ମାଧ୍ୟମରେ ସାଂସ୍କୃତିକ ଦଳ ପ୍ରେରଣ ପାଇଁ ଅନୁରୋଧ ଆବେଦନ  ଗୁଡିକ ଯାଞ୍ଚ କରି ବିଭାଗକୁ ସୂଚନା ପ୍ରଦାନ କରିବା କାର୍ଯ୍ୟ ସମ୍ପାଦନ କରାଯାଏ  I
    ଓଡିଶା ସାହିତ୍ୟ ଏକାଡେମୀ ରାଜା ରାମମୋହନ ଲାଇବ୍ରେରୀ ଫାଉଣ୍ଡେସନ ଦ୍ଵାରା ପ୍ରଦତ୍ତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ସାର୍ବଜନୀନ ପାଠାଗାର ପାଇଁ ଉଦ୍ଧିଷ୍ଟ ପୁସ୍ତକଗୁଡିକ ସମ୍ପୃକ୍ତ ପାଠାଗାରକୁ ପ୍ରଦାନ କରାଯାଏ I
    ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଅଧିନସ୍ଥ ଜିଲ୍ଲା ପାଠାଗାରର ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଏ  I

ମୁଖ୍ୟ ତିନିଗୋଟି ଯୋଜନା (Scheme) କାର୍ଯ୍ୟକାରୀ ହେଉଅଛି I
-ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା (MKSY)


ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପ୍ରାରମ୍ଭ କରାଯାଇଥିଲା I ୨୦୧୮ ମସିହା ପୂର୍ବରୁ ରାଜ୍ୟ ଦ୍ଵାରା ଚୟନ ହୋଇଥିବା କଳାକାର ହିତାଧିକାରୀ ମାନଙ୍କୁ ଦୁଃସ୍ଥ କଳାକାର ଭତ୍ତାହିତାଧିକାରୀ କୁହାଯାଉଥିଲା I୨୦୧୮ MKSY ସୂଚନା ଅନୁଯାୟୀ ଜିଲ୍ଲାୱାରୀ ଲକ୍ଷଧାର୍ଯ୍ୟ ବିଭାଗ ଦ୍ଵାରା ପ୍ରଦାନ କରାଯାଇଥିଲା I ଭଦ୍ରକ ଜିଲ୍ଲାକୁ ୧୬୫୨ ଜଣ କଳାକାର ହିତାଧିକାରୀ ଚୟନ କରାଯିବାର ଲକ୍ଷଧାର୍ଯ୍ୟ ରଖାଯାଇଥିଲା I ବର୍ତ୍ତମାନ ୮୦ ବର୍ଷରୁ କମ ହିତାଧିକାରୀଙ୍କୁ ୨୦୦୦ ଟଙ୍କା ଏବଂ ୮୦ ବର୍ଷରୁ ଉର୍ଦ୍ଧ ହିତାଧିକାରୀଙ୍କୁ ୨୫୦୦ ଟଙ୍କା କଳାକାର ଭତ୍ତା ଅର୍ଥରାଶି ପ୍ରଦାନ କରାଯାଉଅଛି I ୨୦୧୮ ମସିହା କଳାକାର ମାନଙ୍କ ଦ୍ଵାରା ଆବେଦନ କରାଯାଇଥିବା ଫର୍ମ ଗୁଡିକ ଜିଲ୍ଲା ସ୍ତରୀୟ କମିଟି ଦ୍ଵାରା ଯାଞ୍ଚ କରି ବିଭାଗ ଦ୍ଵାରା ପ୍ରଦତ୍ତ ନିୟମାବଳୀ ଅନୁଯାୟୀ ତତକାଳୀନ ସର୍ବମୋଟ ୧୧୬୯ କଳାକାରଙ୍କୁ ଭତ୍ତା ହିତାଧିକାରୀ ଭାବେ ଚୟନ କରାଯାଇଥିଲା  I ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୧ ମସିହାରେ ୧୧୦୬ ଜଣ ହିତାଧିକାରୀଙ୍କୁ କଳାକାର ଭତ୍ତା ପ୍ରଦାନ କରାଯାଇଥିଲା I୨୦୨୧ ମସିହାରେ ପୁନଃ କଳାକାର ଭତ୍ତା ଫର୍ମ ଆବେଦନ କରିବା ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା I ୨୦୧୮ ମସିହା ଅପୂରଣୀୟ ଶୂନ୍ୟସ୍ଥାନ ମିଶାଇ ୫୪୬ ଜଣ କଳାକାରଙ୍କୁ ଭତ୍ତାଧିକାରୀ ଭାବେ  ଚୟନ କରିବା ପାଇଁ ଭଦ୍ରକ ଜିଲ୍ଲାକୁ ବିଭIଗ ଦ୍ଵାରା ଲକ୍ଷଧାର୍ଯ୍ୟ ପ୍ରଦାନ କରାଯାଇଥିଲା I ୨୦୨୧ ମସିହା କଳାକାର ଭତ୍ତା ନିୟମାବଳୀରେ କଳାକାର ସାମର୍ଥ୍ୟ ପରୀକ୍ଷା ମାଧ୍ୟମରେ ପ୍ରକୃତ କଳାକାର ମାନଙ୍କୁ ଚିହ୍ନଟ କରି ଭତ୍ତାଧିକାରୀ ଚୟନ କରିବାର ନିର୍ଦ୍ଦେଶନାମା ରହିଥିଲା  I 
୨୦୨୧ ଡିସେମ୍ବର ମାସରେ ଭଦ୍ରକର ସମସ୍ତ ବ୍ଲକରେ ଚୟନ କମିଟି ସଦସ୍ୟ ମାନଙ୍କ ଦ୍ଵାରା କଳାକାର ସାମର୍ଥ୍ୟ ପରୀକ୍ଷା କାର୍ଯ୍ୟ ସମ୍ପାଦନ କରାଯାଇଥିଲା  I ୫୪୬ ଲକ୍ଷଧାର୍ଯ୍ୟରେ ମୃତ କଳାକାର (୨୨ ଜଣ) ଶୂନ୍ୟସ୍ଥାନକୁ ମିଶାଇ ମୋଟ ୫୬୮ ଜଣ ସାମର୍ଥ୍ୟ ଉତ୍ତୀର୍ଣ୍ଣ  କଳାକାର ମାନଙ୍କ ମଧ୍ୟରୁ ବରିଷ୍ଠତା ଭିତ୍ତିରେ କଳାକାର ଭତ୍ତାହିତାଧିକାରୀ ଭାବେ ଚୟନ କରାଯାଇଥିଲା I
୨୦୨୨ ମସିହାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀ ମାନଙ୍କ ତଥ୍ୟାବଳୀ (MKSY Portal)ରେ Uplode କରିବା ପାଇଁ ସମସ୍ତ ସଂସ୍କୃତି ଅଧିକାରୀ ମାନଙ୍କ MKSY User ID ପ୍ରଦାନ କରାଯାଇଥିଲା I
ବର୍ତ୍ତମାନ ଭଦ୍ରକ ଜିଲ୍ଲା MKSY Portal ରେ ୨୦୧୮ ,୨୦୨୧, ଓ ଦୁଃସ୍ଥ  ହିତାଧିକାରୀ ମାନଙ୍କ ମିଶାଇ ସର୍ବମୋଟ ୧୬୮୮ ଜଣ Online ର Upolode ହୋଇ ରାଜ୍ୟ Tresary ରୁ DBT ମାଧ୍ୟମରେ କଳାକାର ଭତ୍ତା ଅର୍ଥରାଶି  ପାଉଅଛନ୍ତି I
୨ ଭାଗବତ ଟୁଙ୍ଗୀ 


ବହୁ ପୁରା କାଳରୁ ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ମାଧ୍ୟମରେ ସଂରକ୍ଷିତ ହେଉଥିବା ସାମାଜିକ/ ଧାର୍ମିକ ସମନ୍ୱୟ ଭାବ ଧାରାକୁ ଉଜ୍ଜୀବିତ ରଖିବାକୁ ମୁଖ୍ୟ ଉଦ୍ଦ୍ୟେଶ କାର୍ଯ୍ୟ କରୁଥିବା ସାର୍ବଜନୀନ ଭାଗବତ ଟୁଙ୍ଗୀ ଯୋଜନାଟି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ୨୦୧୪-୧୫ ଆର୍ଥିକ ବର୍ଷରେ ପ୍ରାରମ୍ଭ ହୋଇଥିଲା I  
୨୦୧୪-୧୫ ଠାରୁ ୨୦୧୯-୨୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସର୍ବମୋଟ ୨୭୬ ଗୋଟି ଭାଗବତ ଟୁଙ୍ଗୀ ନିମନ୍ତେ ସର୍ବମୋଟ ୧ କୋଟି ୩୩ ଲକ୍ଷ ୫୦ ହଜାର ଟଙ୍କା ଅର୍ଥରାଶି ଜିଲ୍ଲା ସଂସ୍କୃତି ପରିଷଦ ପାଣ୍ଠି ଭଦ୍ରକକୁ ପ୍ରଦାନ କରାଯାଇଅଛି I 
    ବିଭିନ୍ନ ବ୍ଲକ/ ପୌରପାଳିକାର ଗୋଷ୍ଠି ଉନ୍ନୟନ ଅଧିକାରୀ/କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ଵାରା ପ୍ରଦତ୍ତ ତଦନ୍ତ     ରିପୋର୍ଟ ଆଧାରରେ କାର୍ଯ୍ୟକ୍ଷମ ୧୯୮ ଗୋଟି ଭାଗବତ ଟୁଙ୍ଗୀକୁ  (ଟୁଙ୍ଗୀପ୍ରତି ୫୦ ହଜାର ଟଙ୍କା ଲେଖାଏଁ )     ଅର୍ଥରାଶି  ବ୍ଲକ /ମ୍ୟୁନିସିପାଲିଟି କାର୍ଯ୍ୟାଳୟ ମାଧ୍ୟମରେ ପ୍ରଦାନ କରାଯାଏ I

୩ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା (CTMS) 


ସଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ବା CTMS Web Application ୨୦୨୨ ମସିହାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ସାଂସ୍କୃତିକ ଦଳ ମାନଙ୍କର ପଞ୍ଜିକରଣ ନିମନ୍ତେ ଉଦ୍ଧିଷ୍ଟ କରାଯାଇଥିଲା I 
CTMS ଯୋଜନା 0୫/0୫/୨୦୨୨ ମସିହାରେ ପ୍ରାରମ୍ଭ କରାଯାଇଥିଲା I CTMS Web site ର www.ctms-ollc.in ମାଧ୍ୟମରେ ସାଂସ୍କୃତିକ ଦଳ ମାନେ ପଞ୍ଜିକରଣ ପାଇଁ ଆବେଦନ କରିଥିଲେ I ଆବେଦନ କରିଥିବା ଦଳମାନଙ୍କର ଅଡିସନ (Audition ) ବ୍ୟବସ୍ଥା ଜୁଲାଇ ଏବଂ ଅଗଷ୍ଟ ୨୦୨୨ ମସିହାରେ କରାଯାଇଥିଲା I
ବିଚାରକଙ୍କ ଦ୍ଵାରା ପ୍ରଦତ୍ତ ଅଡିସନ ର ଫଳାଫଳ (Result) କୁ ତର୍ଜମା କରି ଜିଲ୍ଲା ସ୍ତରୀୟ କମିଟି  ସଦସ୍ୟଙ୍କ ଅନୁମୋଦନ ପରେ ଉତ୍ତୀର୍ଣ ଦଳ ଗୁଡିକର ଗ୍ରେଡ଼ ଅନୁଯାୟୀ Web Portal (CTMS) ରେ ତଥ୍ୟ ମାନ Uplode କରାଯାଇଥିଲା  I 
ଭଦ୍ରକ ଜିଲ୍ଲାରେ ସର୍ବମୋଟ ୮୯ ଗୋଟି ସାଂସ୍କୃତିକ ଦଳକୁ ପଞ୍ଜିକରଣ କରାଯାଇଅଛି I
ଜିଲ୍ଲା କଳା ସଂସ୍କୃତି ସଂଘ/ବ୍ଲକ କଳା ସଂସ୍କୃତି ସଂଘ


୨୦୧୧ ମସିହାରୁ ପ୍ରତ୍ୟେକ ବ୍ଲକରେ ବ୍ଲକକଳା ସଂସ୍କୃତି ସଂଘ ଏବଂ ଜ଼ିଲ୍ଲାସ୍ତରରେ ଜ଼ିଲ୍ଲାକଳା ସଂସ୍କୃତି ସଂଘ କାର୍ଯ୍ୟକାରୀ ହେଉଅଛି I
ପାରମ୍ପରିକ ଲୋକକଳା  ସାଂସ୍କୃତିକ ଦଳମାନଙ୍କୁ ପଞ୍ଜିକରଣ କରିବା ବ୍ଲକ କଳା ସଂସ୍କୃତି ସଂଘର ମୁଖ୍ୟ ଉଦ୍ଦେଶ୍ୟ ଅଟେ I ବ୍ଲକସ୍ତରୀୟ ପଞ୍ଜିକୃତ ସମସ୍ତ ଦଳର  ଦଳପତିମାନଙ୍କ ମଧ୍ୟରୁ  ନିର୍ବାଚନ ପ୍ରକ୍ରିୟାରେ ଜଣେ ଦଳପତିଙ୍କୁ ବ୍ଲକକଳା ସଂସ୍କୃତି ସଂଘର ଉପସଭାପତି ଭାବେ ମନୋନୀତ କରାଯାଏ ଏବଂ  ସଂଘର  ସଭାପତି ଭାବେ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାୟିତ୍ୱ  ବହନ କରିଥାଆନ୍ତି I
ସମସ୍ତ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ମାନଙ୍କ ମଧ୍ୟରୁ ନିର୍ବାଚନ ପ୍ରକ୍ରିୟାରେ ଜ଼ିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଚୟନ କରାଯାଇଥାଏ ଏବଂ ଜ଼ିଲ୍ଲାପାଳ ସଭାପତି ଅଟନ୍ତି

Multiple attachment